ବିବିଧ-ପାଠ-୧


ଶିଖା
ଘୃଣା
ସୀମା
ରାଶି
କାଶୀ
ଶୋଭା
କୃପା
ହାନି
ଯୂଥ
ସୁଖୀ
କୋକିଳ
ଷୋଡ଼ଶ
ମୋହିନୀ
ଏକାକୀ
ପିପାସା
ଆକୃତି
ସୋପାନ
ଦୟାଳୁ
ମେଧାବୀ
ନିଷେଧ

ସକାଳ ହେଲାଣି । ଉଠ, ମୁଖ ଧୁଅ । ଶୀତଳ ପବନ ବହୁଅଛି । ବାହାରେ ଟିକିଏ ବୁଲିଆସ । ବଗିଚାରେ କେତେ ଫୁଲ ଫୁଟିଅଛି । ଆହା, ଫୁଲ କିପରି ବାସୁଅଛି । କାଉ ବୋବାଉଅଛି । ଘରଚଟିଆ ଏଠାରୁ ଉଡ଼ି ସେଠାରେ ବସୁଅଛି । କଜଳପାତି ଗଛଉପରେ ବସି ରାବୁଅଛି । କୋଇଲି କୁହୁ କୁହୁ ଡାକୁଅଛି । ଆସ, ପୋଥି ଘେନି ପାଠଶାଳାକୁ ଯିବା । ସେଠାରେ ମନ ଦେଇ ପାଠ ପଢ଼ିବା, ଗୁରୁ ଯାହା କହିବେ ତାହା ଶୁଣିବା ।


ବେଳ ବୁଡ଼ିଲାଣି । ଗୁରୁ ମେଲାଣି ଦେଲେଣି । ଚାଲ ଘରକୁ ଯିବା । ଘରେ ପୋଥି ଥୋଇଦେଇ ମା ଯାହା ଖାଇବାକୁ ଦେବେ ତାହା ଖାଇବା । ଖାଇସାରି ଲୁଚକାଳି ଖେଲିବା । ଖେଳିସାରିଲେ ବାପା ଯାହା କହିବେ ତାହା କରିବା । ଦିନବେଳେ ଯାହା ପଢ଼ିଥିବା, ରାତିରେ ତାହାକୁ ଆଉଥରେ ପଢିବା । ପଢିସାରି ଭାତ ଖାଇ ଶୋଇବା ।


ରେବତୀର ଘରେ ଢୋଲ ବାଜୁଅଛି । ଗୌରୀ ପୋଥି ପଢୁଅଛି ।


ମୋର ଦୁଇଟି ଆଖି, ଦୁଇଟି କାନ, ଦୁଇଟି ହାତ ଓ ଦୁଇଟି ଗୋଡ ଅଛି । ଆଖି ନଥିଲେ କିଛି ଦିଶେ ନାହିଁ । କାନ ନ ଥିଲେ କିଛି ଶୁଭେ ନାହିଁ । ହାତ ନ ଥିଲେ କିଛି କାମ କରି ହୁଏ ନାହିଁ । ଗୋଡ ନଥିଲେ ଚାଲି ହୁଏ ନାହିଁ । ମୁଁ ଜିଭରେ କଥା କହେ ଓ ଯାହା ଖାଏ ତାହା ମିଠା, କି ଖଟା, କି ପିତା, କି କଷା ଜାଣିପାରେ ।


ମୁଁ ଡାହାଣ ହାତରେ ପୋଥି ଧରିଅଛି । ବାଁ ହାତରେ ଛତା ଧରିଅଛି । ମୋ ମଥାରେ କଳାକେଶ, ଆଈ ମଥାରେ ଧଳାକେଶ । ମୋ ନାକରେ ଦୁଇଟି ପୁଡ଼ା । ନାକ ପୁଡ଼ା ବାଟେ ପବନ ଯା ଆସ କରୁଛି । ମୋ ପିଠିରେ ଗୋଟାଏ ଘା ହୋଇଥିଲା, ଶୁଖିଗଲାଣି ।


ତୁ, ତୁ, ତୁ ଡାକିଲି ମୁହିଁ, ଦୌଡ଼ି ଆସିଲୁ କୁକୁର ତୁହି । ଆଉଁସି ଦେବିରେ ଦେହ ତୋହର, ଖାଇବାକୁ ଦେବି ଭାତ ମୋହର । ମୋ କଥା ମାନିବୁ ଜାଣଇ ମୁହିଁ, ଯେଣେ ଯିବି ମୁହିଁ ଯିବୁରେ ତୁହି ।


ଜାଇ, ଯୁଈ, ମଲ୍ଲୀ, ମାଧବୀ, ମାଳତୀ, ଗୋଲାପ, ନିଆଳୀ, କେତକୀ, ସେବତୀ । ନାନା ଜାତି ଫୁଲ ଦେବି ତୋତେ ଆଣି, ଦେଖି ତୁ ହସିବୁ ଆରେ ଧନମଣି ।


ଗାଇ ବାଛୁରି ଆସ ଆସ, ଖାଇବ ପରା ଦୁବଘାସ । ମୋ ପାଖରେ ହୁଅ ଛିଡ଼ା, ଖାଇବ ଯେବେ ଘାସ ବିଡ଼ା ।


ଆ'ରେ ମୋର ପୁସି, ଖା'ରେ ଯେତେ ଖୁସି । ଦୁଧ ଭାତ ମିଠା, ଖାଇବୁ ଘି ପିଠା ।
ମୋ ପାଖରେ ବସି, ଖା'ରେ ମୋର ପୁସି ।