ଉପସ୍ଥାପନା


‘ମଧୁ ବର୍ଣ୍ଣବୋଧ’ର ଏହି ଇଲେକ୍ଟ୍ରୋନିକ୍ ସଂସ୍କରଣଟି ଏହାର ଆଦ୍ୟ ପ୍ରଣେତାଙ୍କ ପ୍ରତି ଆମର ଏକ ବିନମ୍ର ଶ୍ରଦ୍ଧାଞ୍ଜଳି |
ଏହା ସ୍ବର୍ଗତ ମଧୁସୂଦନ ରାଓଙ୍କ ବର୍ଣ୍ଣବୋଧର ଅନୁକରଣରେ ପ୍ରସ୍ତୁତ କରାଯାଇଛି | ଏଥିରେ କେବଳ ଅଳ୍ପ କିଛି ସଜ୍ଜିକରଣଗତ ପରିବର୍ତ୍ତନ କରାଯାଇଛି | ଯଥା:

    

  • ବର୍ଣ୍ଣମାଳାର ପ୍ରଥମେ ସ୍ବରବର୍ଣ୍ଣ ('ଅ ଠାରୁ ଔ' ପର୍ଯ୍ୟନ୍ତ, 'vowels'), ତାପରେ ବ୍ୟଞନବର୍ଣ୍ଣର (ବର୍ଗ୍ୟ ବର୍ଣ୍ଣ, ‘କ’ ଠାରୁ ‘ମ’ ପର୍ଯ୍ୟନ୍ତ, ଅବର୍ଗ୍ୟ ବର୍ଣ୍ଣ, ‘ଯ’ ଠାରୁ ‘ହ’ ପର୍ଯ୍ୟନ୍ତ ‘consonants’),
    ପରେ ଅତିରିକ୍ତ ବର୍ଣ୍ଣ ଗୁଡିକୁ ସେମାନଙ୍କ ଉଚ୍ଚାରଣଗତ ଶୈଳୀ (Manner of Articulation) ଅନୁସାରେ ଏବଂ ସ୍ଥାନ (Place of Articulation) କ୍ରମରେ ସଜାଯାଇଛି |
  • ସେମିତି ୟ-ଫଳା ଏବଂ ୱ-ଫଳା ପାଖାପାଖି ରଖାଯାଇଛି |
  • ପ୍ରତି ପାଠର ଶେଷରେ ଓ ସର୍ବଶେଷରେ କିଛି ପ୍ରଶ୍ନାବଳୀ ସନ୍ନିବେଶିତ କରାଯାଇଛି |
  • ଓଡ଼ିଆ ଭାଷା ଶିକ୍ଷା କ୍ଷେତ୍ରରେ ଆମର ଏହି ଯତ୍-କିଞ୍ଚିତ୍ ପ୍ରଚେଷ୍ଟା ଯଦି ଉପଯୋଗୀ ବିବେଚିତ ହୁଏ ଓ କିଛି ଅବଦାନ ରଖିପାରେ ତେବେ ଆମର ଶ୍ରମ ସାର୍ଥକ ହେବ |

  • ପାଠକୀୟ ମତାମତ ସ୍ବାଗତଯୋଗ୍ୟ |

  • ଏହି କାର୍ଯ୍ୟରେ ସହଯୋଗ କରିଥିବା ମୋର ଛାତ୍ର ଓ ଛାତ୍ରୀ ମାନଙ୍କୁ ଅଶେଷ ଧନ୍ୟବାଦ |
  • ପାଠକମାନେ ବର୍ଣ୍ଣମାଳାର ଅକ୍ଷର/ଶବ୍ଦ/ସ୍ପିକର ଚିହ୍ନ ଉପରେ ମାଉସ କ୍ଲିକ କଲେ ଆନୁଷଙ୍ଗିକ ଶବ୍ଦ (ଉଚ୍ଚାରଣ) ଶୁଣାଯିବ | ନିଜେ ପଢିବାର ଅଭ୍ୟାସ କରିବାପାଇଁ କେତେକ ସ୍ଥାନରେ ଶବ୍ଦ (ଉଚ୍ଚାରଣ) ଦିଆଯାଇନାହିଁ |

  • Can be best viewed using Internet Explorer
  • Readers may click the mouse on the character/word/speaker sign to listen the related sound (utterance).
    For self study some words/portion are left without sound (utterance).


  • Enter


    ପ୍ରାଚାର୍ଯ୍ୟା ସଂଘମିତ୍ରା ମହାନ୍ତି
    ପ୍ରାକ୍ତନ ପ୍ରାଚାର୍ଯ୍ୟା, କମ୍ପ୍ୟୁଟର ବିଜ୍ଞାନ ଓ ପ୍ରୟୋଗ ବିଭାଗ
    ଉତ୍କଳ ବିଶ୍ବବିଦ୍ୟାଳୟ, ବାଣୀବିହାର
    e-mail: digitalmadhubarnabodha@gmail.com